ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ

0 16

ଭୁବନେଶ୍ୱର : ସ୍ଥଗିତ ହେଲା ମ୍ୟାଟ୍ରିକ୍ ଓ +୨ ପରୀକ୍ଷା। କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ହିଁ ପରୀକ୍ଷା ଉପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ଉପରେ ନିଷ୍ପତ୍ତି ନିଆଯିବ। ଗୋଟିଏ ପଟେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ କରାଯାଇଥିବା ବେଳେ ଅନ୍ୟପଟେ ନବମ ଓ ଏକାଦଶ ପିଲା ସିଧାସଳଖ ଦଶମ ଓ ଦ୍ୱାଦଶକୁ ଉଠିବେ। ଏହି ଦୁଇଟି ଶ୍ରେଣୀର ପିଲାମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.