ରାଉରକେଲାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରେ ଦୁଇଟି କ୍ଲବ ସିଲ

0 14

ରାଉରକେଲା: ସହର ର ଦୁଇଟି ଅାଭିଜାତ୍ୟପୂର୍ଣ୍ଣ ରାଉରକେଲା କ୍ଲବ ଓ ଜର୍ମାନ କ୍ଲବରେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଛି ଏବଂ ଏଠାରେ ମଦ ମାଂସର ଆସର ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଏକ ଘଟଣାକ୍ରମରେ ପୁଲିିସ ଓ ମହାନଗର ନିଗମର ମିଳିତ ଚଢ଼ଉ ବେଳେ ଆର୍ଏସ୍‌ପିର ଜଣେ ଡିଜିଏମ୍‌ଙ୍କ ସମେତ ଅନ୍ୟମାନେ ଧରାପଡ଼ିଛନ୍ତି। ପୁଲିସ ହାତରେ ଧରାପଡ଼ି ବେଶ୍ ହଟହଟ୍ଟା ହୋଇଥିବା ବେଳେ ଦୁଇଟି ଯାକ କ୍ଲବକୁ ପୁଲିସ ସିଲ କରି ଦେଇଛି। ସହରରେ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମହାମାରୀ କୋଭିଡକୁୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗତ ମଇ ୫ ତାରିଖରୁ ତାଲା ବନ୍ଦ ଘୋଷଣା କରିଛନ୍ତିି। କ୍ଲବ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଖୋଲିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଗତ ଦୁଇ ମାସ ହେଲା ଏହି ନିୟମ ସାରା ରାଜ୍ୟରେ ଲାଗୁ ହୋଇଛି। ମାତ୍ର ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଜର୍ମାନ କ୍ଲବ ଓ ରାଉରକେଲା କ୍ଲବ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ହୋଇ ଯାଇଛି। ହୋଟେଲରୁ ଖାଦ୍ୟ ପ୍ୟାକିଂ କରି ଘରକୁ ନେଇ ଯିବାକୁ ନିୟମ ରହିଥିଲା ବେଳେ ଏହି ଦୁଇ କ୍ଲବ ଖାତିର କରୁନଥିଲେ। ଏପରିକି ଦୁଇ କ୍ଲବରେ ନିୟମିତ ଭାବେ ମଦର ଆସର ଜମୁ ଥିଲା। କ୍ଲବର ବିିଭିନ୍ନ କୋଠରୀରେ ପରସା ଟେବୁଲ (ଡାଇନିଂ) ସାଜସଜ୍ଜା ହୋଇ ରହୁଥିଲେ। ଦଳ ଦଳ ହୋଇ ଲୋକେ ସେଠାରେ ମଦ ପିଉଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସର ଜମୁଥିଲା। ଦୁଇଟି ଯାକ କ୍ଲବରେ ଏପରି ନିୟମିତ ବେଆଇନ କାମ ଚାଲୁ ଥିବା ନେଇ କ୍ଲବର କିଛି କର୍ମଚାରୀ ଗୁପ୍ତରେ ମହାନଗର ନିଗମକୁ ସୂଚନା ଦେଇ ଦେଇଥିଲେ। ଗତକାଲି ରାତିରେ ମହାନଗର ନିଗମର କାର୍ଯ୍ୟବଳ ପ୍ରଥମେ ସେକ୍ଟର-୧୯ ଥାନା ପୁଲିସ ସହାୟତାରେ ରାଉରକେଲା କ୍ଲବରେ ଚଢ଼ଉ କରିଥିଲେ। କ୍ଲବର ପ୍ରଥମ ମହଲା ଖାଇବା ଘରେ ଏକ ବଡ଼ ଟେବୁଲରେ ବିଭିନ୍ନ ବିଦେଶୀ ମଦ ପରସା ଯାଉଥିଲା। ଏହା ସହିିତ ମାଛ, ମାଂସ, ଚିକେନ ସମେତ ବିଭିନ୍ନ ପ୍ରକାର ଚାଖନା ଟେବୁଲରେ ଭରି ଯାଇଥିଲା।

Leave A Reply

Your email address will not be published.