ରାଉରକେଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଦୁଇ ଗିରଫ

0 22

ରାଉରକେଲା : ରାଉରକେଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଥିବାର ଖବର ମିଳିଛି। ଝାରଖଣ୍ଡରୁ ଚାଲାଣ ହୋଇଥିଲା। ଅବକାରୀ ବିଭାଗ ଚଢ଼ଉ କରି ଜବତ କରିଛି। ଅଭିଯୁକ୍ତମାନଙ୍କଠାରୁ ୪୦୮ ବୋତଲ ବିଦେଶୀ ଓ ଵିଅର ଜବତ ହୋଇଛନ୍ତି। ଏନେଇ ଦୁଇଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜରେଇକେଲା ଜମାଲ ଗ୍ରାମର ବିଶ୍ୱେଶ୍ୱର ଗୋପ(୫୫) ଓ ରାଉରକେଲା ମଧୁସୂଦନ ମାର୍ଗର ଶଙ୍କର ସାହୁ(୨୮)। ଉଭୟେ ଝାରଖଣ୍ଡରୁ ମଦ ଆଣି ସହରରେ ବିକ୍ରି କରୁଥିଲେ।

Leave A Reply

Your email address will not be published.