ରାଉରକେଲା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ ସହ ହକି ବିଶ୍ୱକପ୍ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ ରାୟ

0 20

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ରାଉରକେଲା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ। ରାଉରକେଲା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ ସହ ହକି ବିଶ୍ୱକପ୍ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ରାୟ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶା ହକିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ସ୍ପୋର୍ଟସ ହେବାକୁ ଯାଉଛି। ବିଶ୍ରା ଛକରେ ଓଡ଼ିଶାର ସବୁଠାରୁ ବଡ଼ ଫୁଟବଲ ଷ୍ଟାଡିୟମ୍ ନିର୍ମାଣ କରିବା ସହ ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ଏବେ ଶେଷ ହେବାକୁ ଆସିଲାଣି, ଏଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତିମୁଖ୍ୟମନ୍ତ୍ରୀ ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଭାରତୀୟ ହକିର ପୁନରୁଦ୍ଧାର ଦିଗରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି। ଭାରତୀୟ ହକି ଦଳର କେହିଁ ସ୍ପନ୍ସର ନଥିବା ବେଳେ ଭାରତୀୟ ହକି ଦଳର ସ୍ପନ୍ସର ସାଜିଥିଲା ଓଡ଼ିଶା। ଆଉ ଏହାର ଫଳ ସ୍ୱରୂପ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁରୁଷ ଦଳ ପଦକ ଜିତିବା ସହ ମହିଳା ଦଳ ଖୁବ ଭଲ ପ୍ରଦର୍ଶନ କରିପାରିଥିଲା। ଏହା ପରେ ରାଜ୍ୟ ସରକାର ହକିକୁ ୫ ବର୍ଷ ପାଇଁ ସ୍ପନ୍ସର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଥିଲେ। ଏଥିସହିତ ଉଭୟ ଅଲିମ୍ପିକ୍ସ ଓ ପରା ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିତିଥିବା ଓଡ଼ିଆ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ଯୋଗାଇ ଦେଇଥିଲେ। ଅଲିମ୍ପିକ୍ସ ପଦକ ବିଜେତା ପୁରୁଷ ହକି ଦଳର ସଦସ୍ୟ ଥିବା ଓଡ଼ିଆ ଖେଳାଳି ଅଢ଼େଇ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଓ ସରକାରୀ ଚାକିରି ଦେଇଥିଲେ।

Leave A Reply

Your email address will not be published.