ରାଉରକେଲା ରେ କୋଭିଡ୍‌ ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

0 13

ରାଉରକେଲା : କୋଭିଡ୍‌ ଟିକା ନେବା ପରେ ରାଉରକେଲାରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିର କବିତା ଦନ୍ତାଳୀ।

ଜୁନ ୧୭ ତାରିଖ ଅପରାହ୍ନ ୪ଟାରେ ସେ ଗୁରୁଦ୍ୱାରା ରୋଡ଼ ଟିକା କେନ୍ଦ୍ରରେ ଟିକା ନେଇଥିଲେ। ୧୮ ତାରିଖ ସକାଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ RGH ହସ୍ପିଟାଲରେ ଭର୍ତ୍ତି କରଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ ଟା ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍‌ ଟିକା ନେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.