ରାଉରକେଲା ରେ ସେକ୍ସ ରାକେଟ୍ ଠାବ , ହୋଟେଲରୁ ୫ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ

ହୋଟେଲ ମ୍ୟାନେଜର ଥାନା ଅଟକ

0 5

ରାଉରକେଲା  : ଷ୍ଟିଲ୍ ସିଟି ରାଉରକେଲା ରେ ସେକ୍ସ ରାକେଟ୍ ଠାବ ।  ରାଉରକେଲା ଉଦିତନଗର ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଏହି ଘଟଣାରେ ୫ ଯୁବତୀଙ୍କ ସହ ୨ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୯ଟାରେ ରାଉରକେଲା ଉଦିତନଗର ସ୍ଥିତ କମ୍ଫର୍ଟ ହୋଟେଲର   ଉଦିତନଗର ପୋଲିସ ହଠାତ  ଅତର୍କିତ ଚଢ଼ଉ କରିଥିଲା। ଦେହ ବେପାର ଚାଲୁ ଥିବା ସନ୍ଦେହରେ ଏହି ଚଢଉ ହୋଇଥିଲା । ଚଢ଼ଉ ବେଳେ ହୋଟେଲ କଠୋରୀରୁ ୫ ଯୁବତୀ ସହ ୨ ଜଣ ଯୁବକଙ୍କୁ ପୋଲିସ ଧରି ଥାନାକୁ ନେଇଛି।

ଏହାସହ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.