ରାଜଗାଙ୍ଗପୁର ରୁ ଜବତ ହେଲା ବ୍ରାଉନସୁଗର ୫ଗିରଫ

0 5

ରାଜଗାଙ୍ଗପୁର : ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଚଢାଉ କରି ୧୫ ଗ୍ରାମର ବ୍ରାଉନସୁଗାର ଜବତ ସହ ୫ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି ।

ମିଳିଥିବା ଖବର ଅନୁଯାୟୀ, ବ୍ରାଉନସୁଗାର କାରବାର ନେଇ ପୋଲିସ ନିକଟରେ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହି କ୍ରମରେ ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରୁ ବ୍ରାଉନସୁଗାର ଜବତ ହୋଇଛି  । ରାଜଗାଙ୍ଗପୁର ଜାମପାଲି ବାଇପାସରେ ବ୍ରାଉନସୁଗାର କାରବାର କରୁଥିବା ୫ ଜଣ ଯୁବକକୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫୧ ହଜାର ୨୧୦ ଟଙ୍କା, ୪ ଟି ମୋବାଇଲ ଫୋନ, ୨ଟି ମଟର ସାଇକେଲ,ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ସମସ୍ତେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ।

Leave A Reply

Your email address will not be published.