ରାଜସ୍ଥାନକୁ ଚାଲାଣ ବେଳେ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0 22

ଲମତାପୁଟ : ପାଡୁଆ ପୋଲିସକୁ ମିଳିଛି ବଡ ସଫଳତା। ଲମତାପୁଟ ଅଞ୍ଚଳରୁ ରାଜସ୍ଥାନ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପୋଲିସ । ଏକ କାର ଏବଂ ଟ୍ରକ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ନେତୃତ୍ୱରେ ପଡୁଆ ଥାନା ଅଧିକାରୀ ହାଣ୍ଡିପୁଟ ଛକ ନିକଟରେ ନାକାବନ୍ଦୀ କରିଥିଲେ । ଏହି ସମୟରେ ଲମତାପୁଟ ଅଞ୍ଚଳରୁ ଦୃତ ଗତିରେ ଆସୁଥିବା ଏକ କାର ଏବଂ ଟ୍ରକକୁ ପୋଲିସ ଅଟକାଇଥିଲା। ଏହି ସମୟରେ ଅନ୍ଧାର ବର୍ଷାର ସୁଯୋଗ ନେଇ ଗାଡି ଛାଡି ଗଞ୍ଜେଇ ମାଫିଆମାନେ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଛନ୍ତି । ତେବେ ଗାଡ଼ି ଯାଞ୍ଚ କରିବାରୁ କାର ଭିତରୁ ୫୦ କେ.ଜି ଗଞ୍ଜେଇ ଜବତ ହୋଇଛି ।

ଅପର ପକ୍ଷରେ ଟ୍ରକ୍‌ର ସିକ୍ରେଟ୍ ଚାମ୍ବରରୁ ପ୍ରାୟ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଉଭୟ ଗାଡିରୁ ୧୩ ବସ୍ତାରେ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.