ରାଜ୍ୟରେ ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍

୩ ଜିଲ୍ଲାରେ ରାତି ୮ରୁ ସକାଳ ୬ ନାଇଟ୍‌ କର୍ଫ୍ୟୁ

0 11

ଭୁବନେଶ୍ବର : ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ।  ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ ।  ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।

Leave A Reply

Your email address will not be published.