ରେଢ଼ାଖୋଲ ତହସିଲଦାର ଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ବ୍ୟବହାର ରେ ଅତିଷ୍ଠ ଅଞ୍ଚଳବାସୀ

0 28

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲଦାର ଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ବ୍ୟବହାର ରେ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି । ତାଙ୍କୁ ତୁରନ୍ତ ବଦଳି ଦାବି କରି ଗୁରୁବାର ରେଢ଼ାଖୋଲ ନାଗରିକ କମିଟି ତରଫରୁ ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ବିଡ଼ିଓ ପରୀକ୍ଷିତ ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ  ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା  ମହାମାରୀ ଦ୍ୱିତୀୟ ଲହରରେ ସମଗ୍ର ଦେଶ ଆତଙ୍କିତ ଅବସ୍ଥାରେ ଗତି କରୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ କଟକଣା ଜାରି କରିଛନ୍ତି।  ସରକାର ଙ୍କ ପ୍ରଦତ୍ତ ସମସ୍ତ ସମସ୍ତ କଟକଣାକୁ ମାନି ମାତ୍ର କିଛି ହାତଗଣତି ଉପାସକ ଓ ପୂଜକ ଙ୍କୁ ନେଇ ରେଢ଼ାଖୋଲ ସହର ବସ ଷ୍ଟାଣ୍ଡ ଦୁର୍ଗା ମନ୍ଦିର ରେ ଚୈତ୍ର ନବରାତ୍ର ଅନୁଷ୍ଠିତ ହୋଇଛି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ନବରାତ୍ର ପୂଜାରେ ପୂର୍ଣ୍ଣାହୁତି ସମୟରେ କୋବିଡ଼ କଟକଣା କୁ ମାନି ମାତ୍ର ୧୨ଜଣ ଭକ୍ତ ଙ୍କ ସହ ପୂଜକ ଉପସ୍ଥିତ ରହି ପୂଜା କାର୍ଯ୍ୟ କରି ଥିଲେ । ଏହି ସମୟରେ ତହସିଲଦାର ରୁବି ବେହେରା ପହଞ୍ଚି ପୂଜକ ଓ ଭକ୍ତ ମାନଙ୍କୁ ପହଁଚି ଧମକ ଚମକ ଦେବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

ଏନେଇ ସାର୍ବଜନୀନ ଦୁର୍ଗା ପୂଜା କମିଟି ତଥା ଉପସ୍ଥିତ ଉପାସକ ଓ ପୂଜକ ଙ୍କ ମହଲରେ ଘୋର ଅସନ୍ତୋଷ ଦେଖା ଦେବା ସହ ଧାର୍ମିକ ଭାବନାକୁ ଆଘାତ ଦେଇଥିଲା।  ସେହିପରି ସମ୍ପ୍ରତି ଦେଶବାସୀ କରୋନା  ମହାମାରୀ ସଂକ୍ରମଣ ରେ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ତହସିଲଦାର ରୁବି ବେହେରାଙ୍କ ଏଭଳି କାର୍ଯ୍ୟକଳାପ ତଥା ଦୁର୍ବ୍ୟବହାର ରେଢ଼ାଖୋଲ ବାସୀଙ୍କୁ ଅତିଷ୍ଠ କରିପକାଇଲାଣି । ତହସିଲଦାର ନିଜକୁ ମାଜିଷ୍ଟ୍ରେଟ ପରିଚୟ ଦେଇ ରେଢ଼ାଖୋଲ ଜନସାଧାରଣ ଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେବା ସହିତ ଜୋରିମାନା ଆଦାୟ କରୁଛନ୍ତି ବୋଲି ଦାବି ପତ୍ର ରେ ଉଲେଖ କରାଯାଇଛି।  ଏଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଆଗାମୀ ୭ଦିନ ମଧ୍ୟରେ ତହସିଲଦାର ଙ୍କୁ ଏଠାରୁ ବଦଳି କରା ନଗଲେ ରେଢ଼ାଖୋଲ ନାଗରିକ କମିଟି ରାଜରାସ୍ତାକୁ ଓଲାଇ ରାସ୍ତା ରୋକ ଓ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.