ରେଢ଼ାଖୋଲ ବିଧାୟକ ଙ୍କ ପକ୍ଷରୁ  ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

0 25

ରେଢ଼ାଖୋଲ  : ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଙ୍କ ପକ୍ଷରୁ  ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ୧୦ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି।  ସୂଚନାଯୋଗ୍ୟ ଯେ  ଗତ କିଛି ଦିନ ପୂର୍ବରୁ ବିଧାୟକ ଙ୍କ ପକ୍ଷରୁ ଚାରମାଲ ଡାକ୍ତରଖାନା  କୁ ୫ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଥିଲା ।

ଅକ୍ସିଜେନ କନସେନଟ୍ରେଟର ପ୍ରଦାନ ସମୟରେ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଏସ ଡି ଏମ୍ ଓ ଡା: ରାମକୃଷ୍ଣ ପତି, ବିଜେଡି ବ୍ଲକ ସଭାପତି ଉଦିତ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ପୂର୍ବତନ ଉପନଗରପାଳ ସୁନୀଲ କୁମାର ପ୍ରଧାନ, ପୂର୍ବତନ କାଉନସିଲର ଲକ୍ଷ୍ମଣ ପ୍ରଧାନ, ଛାତ୍ର ବିଜେଡି ସଭାପତି ଶିବ ଶମ୍ଭୁ ନନ୍ଦ, ଗୋବିନ୍ଦ ସାହୁ, ଆମ୍ବୁଜ ନାୟକ, ପିନି ଦାଶ, ବିଶ୍ୱ ରଂଜନ ପ୍ରଧାନ ଙ୍କ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.