ରେଢ଼ାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଲୋକାର୍ପିତ

0 63
ରେଢ଼ାଖୋଲ : ସାମ୍ବାଦିକ ମାନେ କେବଳ କାଗଜ କଲମରେ ଲେଖି ବା ଟେଲିଭିଜନ ମାଧ୍ୟମରେ ଲୋକଙ୍କୁ ସଚେତନ କରନ୍ତି ନାହିଁ , ସାମ୍ବାଦିକ ମାନଙ୍କ ଭୂମିକା ସମାଜ ପାଇଁ ବହୁତ ଗୁଡ଼ିଏ ରହିଛି ।  ଯେମିତିକି ଆଜି ରେଢ଼ାଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ସେବା ଲୋକାର୍ପିତ କରାଯାଇଛି । ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ଓ ବ୍ରଜରାଜନଗର ର ବାସୁ ଟ୍ରଷ୍ଟର ମିଳିତ ସହଯୋଗରେ ଅକ୍ସିଜେନ ସେବା ଆରମ୍ଭ କରାଯାଇଛି । ଯେମିତିକି ରେଢ଼ାଖୋଲ ଅଞ୍ଚଳରେ ଲୋକେ ଅନ୍ତତଃ ପକ୍ଷେ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ ନ କରନ୍ତି ତାର ସଂପୂର୍ଣ୍ଣ ଦାୟିତ୍ଵ ନେବ ରେଢ଼ାଖୋଲ ସାମ୍ବାଦିକ ସଂଘ । ତେଣୁ ରେଢ଼ାଖୋଲ ଅଞ୍ଚଳରେ ଅମ୍ଳଜାନର ଅଭାବ ହେଲେ ରେଢ଼ାଖୋଲ ପାଇଁ -୮୦୧୮୧୨୮୩୦୦ / ୯୪୩୭୨୮୩୨୮୩ ଓ ନାକଟିଦେଉଳ ପାଇଁଁ – ୯୪୩୭୦୮୮୮୨୨ / ୯୪୩୭୬୭୮୭୫୭ ରେ ଯୋଗାଯୋଗ କରିବା ପାଇଁ ସାମ୍ବାଦିକଙ୍କ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.