ରେଳ ଧାରଣା ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର

0 17

ରେଢ଼ାଖୋଲ : ସୋମବାର ସକାଳେ ରେଢ଼ାଖୋଲ ନିକଟସ୍ଥ ରେଳ ଧାରଣା ରୁ ରେଢ଼ାଖୋଲ ର ଜନୈକ ଯୁବକ ଙ୍କ ମୃତ ଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଛି । ମିଳିଥିବା ସୂଚନା ରୁ ପ୍ରକାଶ ଯେ ରେଢ଼ାଖୋଲ ଷ୍ଟେସନ ରୁ ମାତ୍ର ୧କି ମି ଦୂରତା ରେ କାହାର ମୃତ ଦେହ ପଡ଼ିଥିବାର ରେଳବାଇ ପୋଲିସ ଖବର ପାଇଥିଲା ।  ରେଢ଼ାଖୋଲ ସହର ଶିବ ଶଙ୍କର ପଡ଼ା କଲୋନୀ ର ସଦାଶିବ କଲତା(୩୯)ବୋଲି ଜଣା ପଡ଼ିଥିଲା । କୌଣସି କାରଣରୁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି ।  ଜିଆର ପି ଥାନାଧିକାରୀ ବିବେକ କୁମାର, ରେଢ଼ାଖୋଲ ଥାନା ପୋଲିସ ଓ ଜିଆର ପି ପୋଲିସ ଅଧିକାରୀ ଜି ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିଥିଲେ  । ରେଢ଼ାଖୋଲ ଡାକ୍ତର ଖାନା ରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.