ରୋଗୀଙ୍କୁ ଛାଡି ଆସୁଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ସର୍ଟ ସର୍କିଟ ସନ୍ଦେହ

0 10

କେନ୍ଦ୍ରାପଡା,  : କେନ୍ଦ୍ରାପଡା ଟାଉନ ଅନ୍ତର୍ଗତ ମହିପାଳ ଛକରେ ୧୦୮ ଆମ୍ବୁଲାନ୍ସ ରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।ଆମ୍ବୁଲାନ୍ସଟି କଟକ ମେଡିକାଲରେ ଜଣେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିଲା। ଆମ୍ବୁଲାନ୍ସ ରୁ ଧୂଆଁ ବାହାରୁଥିବା ଦେଖି ଚାଳକ ଜଣକ ଆମ୍ବୁଲାନ୍ସ ରଖି ତଳକୁ ଡେଇଁ ପଡ଼ିଥିଲେ। ଫଳରେ କୌଣସି କ୍ଷୟକ୍ଷତି ହୋଇ ନାହିଁ।  ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ନିଆଁ ଆୟତ୍ତ ହୋଇଥିଲା। କୌଣସି କାରଣରୁ ଆମ୍ବୁଲାନ୍ସ ବ୍ୟାଟେରିରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.