ରୋଷେଇ ଗ୍ୟାସ୍‌ ଟାଙ୍କି ଫାଟି ୭ ଗୁରୁତର

0 24

ବାଲୁଗାଁ  : ରୋଷେଇ ଗ୍ୟାସ ଟାଙ୍କି ଫାଟିଯିବାରୁ ୭ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଏହା ପରେ ପାଖ ପଡ଼ୋଶୀରୁ ୬ ଜଣ ନିଆଁ ଲିଭାଇବାକୁ ଆସିଥିଲେ। ସେମାନେ ନିଆଁ ଲିଭାଇବାକୁ ପ୍ରୟାସ କଲା ବେଳେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ୭ ଜଣ ପୋଡ଼ି ଯାଇଛନ୍ତି।

Leave A Reply

Your email address will not be published.