ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା

0 11

ଭୁବନେଶ୍ୱର :  ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲାକୁ ଅରେଞ୍ଜ ୱାଣ୍ଣିଂ ଦିଆଯାଇଛି । ସେହିପରି ୧୧ ଜିଲାକୁ ୟେଲୋ ୱାଣ୍ଣିଂ ଦେଇଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଜିଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଜଗତସିଂହପୁର,କଟକ,ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଦେବଗଡ ସୁନ୍ଦରଗଡ, ସମ୍ବଲପୁର, ସୋନପୁର, କୋରାପୁଟ, ନବରଙ୍ଗପୁରକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏହି ୧୧ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁ ଖାଲୁଆ ଅଞ୍ଚଳ ଜଗମଗ୍ନ ହୋଇଯିବାର ସମ୍ଭାବନା ରହିଛି । ସେଥିପାଇଁ ବର୍ଷା ବେଳେ ଚଳପ୍ରଚଳ ସମୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦେଇଛି ।

Leave A Reply

Your email address will not be published.