ଲୁହା ପାଇପରେ ଝୁଲୁଛି ଯୁବତୀଙ୍କ ମୃତଦେହ

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

0 10

ପାରାଦୀପ,  : ପାରାଦୀପ ବଡ଼ ପଡିଆ ମାର୍କେଟର ପଛପଟ ବସ୍ତିରୁ ଜଣେ ଯୁବତୀଙ୍କ ମୄତଦେହ ଉଦ୍ଧାର। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ବସ୍ତିରେ ରହୁଥିବା ଗୋଲଖ ସାହୁଙ୍କ ଝିଅ କାବେରୀକା ସାହୁ (୨୭)। ଏନେଇ କାବେରିକାଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନାନୁଯାୟୀ, ଗତକାଲି ରାତିରେ କାବେରୀକା ଘରୁ କୁଆଡ଼େ ପଳାଇଯାଇଥିଲେ। ଫଳରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସକାଳେ ମାର୍କେଟ ପଛପଟେ ଥିବା ମାସଂ କଟା ହେଉଥିବା ସ୍ଥାନରେ ଏକ ଲୁହା ପାଇପରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତେବେ ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୄତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.