ଲୁହା ରଡ ରଖୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ୨ ଗୁରୁତର

0 19

ପାଟଣା, :  କେନ୍ଦୁଝର ଜିଲ୍ଲା ପାଟଣା ବଜାର ଉପରେ ଥିବା ଏକ ଘରର ଛାତ ଉପରେ ଲୁହା ଛଡ଼ ରଖୁଥିବା ସମୟ ରେ ଘଟିଛି ଅଘଟଣ  । ଛାତ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ମୃତକ ହେଲେ ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗ୍ରାମର ସୁନ୍ଦର ମୁର୍ମୁ। ଦୁଇ ଗୁରୁତର ହେଲେ ସ୍ୱାମ୍  ଗ୍ରାମର ରାହସ ନାଏକ ଓ ରଜତ କୁମାର କର।

ସୂଚନା ଅନୁସାରେ ପାଟଣା ବଜାର ଉପରେ ଥିବା ରଜତ କୁମାର କରଙ୍କ ଭଡା ଘରର ଛାତ ଉପରେ ଲୁହା ଛଡ଼ ରଖୁଥିଲେ। ହଠାତ ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ରାହସ ଓ ରଜତ ଆସିଥିଲେ। ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟ ସୁନ୍ଦର ମୁର୍ମୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତ ଦେହ କୁ ଜବତ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.