ଶିକାରୀ ଫାସରେ ବାରହା ମୃତ

ବନ ବିବାଗ ଘଟଣାସ୍ଥଳରେ ପହଞ୍ଚି ମୃତ ବାରହାଟିକୁ ଉଦ୍ଧାର କଲା

0 111

ସୋର, : ଶିକାରୀ ଫାସରେ ବାରହା ମୃତ। ଔପଦା ବନ ବିଭାଗ ଅଧୀନରେ ଥିବା ବାଘାଆମ୍ପୁଡା ବିଟ କ୍ରସର ଛକ ନିକଟରେ ଥିବା ଜଣଙ୍କ ବାଡିରେ ଏକ ଜଙ୍ଗଲୀ ବାରହା ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବନ ବିବାଗ ଘଟଣାସ୍ଥଳରେ ପହଞ୍ଚି ମୃତ ବାରହାଟିକୁ ଉଦ୍ଧାର କରିଛି।

ସୂଚନାନୁଯାୟୀ, ଆଜି ଔପଦା ବନ ବିଭାଗ ଅଧୀନରେ ଥିବା ବାଘାଆମ୍ପୁଡା ବିଟ କ୍ରସର ଛକ ନିକଟରେ ଥିବା ଜଣଙ୍କ ବାଡିରେ ଏକ ଜଙ୍ଗଲୀ ବାରହା ମରି ପଡିଥିଲା। ଆଜି ସକାଳୁ ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫଳରେ ବନ ବିଭାଗ ଓ ସବୁଜ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ବାରହାଟିକୁ ଉଦ୍ଧାର କରିଛନ୍ତି। ମୃତ ବାରହାଟିର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଔପଦା ରେଞ୍ଜର ବବିତା ସୋରେନ ସୂଚନା ଦେଇଛନ୍ତି। ବାରମ୍ବାର ଶିକାରୀଙ୍କ ଫାସରେ ନିରୀହ ବନ୍ୟଜନ୍ତୁ ବଳି ପଡୁଥିବା ଦେଖିବାକୁ ମିଳୁଛି। ଔପଦା ଓ ବଡ଼ପୋଖରୀ ଅଞ୍ଚଳରେ ଥିବା ବହୁ ଶିକାରୀ ଏପରି ଶିକାର କରୁଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.