ଶୁଭସ୍ମିତା କୁ ମାରିଥିବା ଅଭିଯୁକ୍ତକୁ ଫାଶୀଠୁ ବି କଠୋର ଦଣ୍ଡ ମିଳୁ

0 43

ବ୍ରହ୍ମପୁର : ମୃତ ଶୁଭସ୍ମିତାଙ୍କ ବାପା ପ୍ରଶାନ୍ତ ଖାଡ଼ଙ୍ଗା ଏମ୍‌କେସିଜିରେ ଗଣମାଧ୍ୟମ ଆଗରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତକୁ ଫାଶୀଠୁ ବି ଅଧିକ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଶୁଭସ୍ମିତାଙ୍କ ବାପା କହିଛନ୍ତି । ଝିଅର ମୃତ୍ୟୁକାଳୀନ ଜମାନବନ୍ଦୀ ହିଁ ଶୁଣି ପାରିଛନ୍ତି । ଶେଷଥର ପାଇଁ ମଧ୍ୟ ତାଙ୍କ ସହ କଥା ହୋଇପାରିଲି ନାହିଁ ବୋଲି ସେ କୋହଭରା ହୋଇ କହିଛନ୍ତି ।

ଶୁଭସ୍ମିତା ବର୍ଷେ ହେଲା ବୌଦ୍ଧ ଜିଲ୍ଲାରେ ଥିବା ବେଳେ ୨୦ ଦିନ ହେବ ମୁଜାଗଡ଼ରେ ନିଯୁକ୍ତି ପାଇଥିବାବେଳେ ସେଠାରେ ଘରଭଡ଼ା ନେଇ ରହୁଥିଲା । ସେ କିଭଳି ପ୍ରତାପୁର ଆସିଲେ କେହି କିଛି ଜାଣିନଥିବା ବାପା ପ୍ରଶାନ୍ତ କହିଛନ୍ତି । ବ୍ରହ୍ମପୁରରେ ଡିଏମ୍‌ଏଲ୍‌ଟି ପଢ଼ିବା ସମୟରେ କୃଷ୍ଣ ସହ ଝିଅର ସାକ୍ଷାତ ହୋଇଥିବା ସନ୍ଦେହ କରୁଛନ୍ତି । କୃଷ୍ଣ ସହ ସମ୍ପର୍କ ଜାଣିବା ପରେ ସେ ଝିଅକୁ ତାଗିଦ୍‌ କରିଥିଲେ ।

ଝିଅ କୃଷ୍ଣ ସହ କିଛି ସମ୍ପର୍କ ରଖିନଥିଲା ବୋଲି ସେ କହିଛନ୍ତି । ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଶୁଭସ୍ମିତାଙ୍କ ଭାଇ ସୌମ୍ୟରଞ୍ଜନଙ୍କୁ କୃଷ୍ଣ ଫୋନ୍‌ କରି ତୁମ ଭଉଣୀ ଆଉନାହାନ୍ତି ବୋଲି କହିଥିଲେ । ପରିବାର ଲୋକ ମୁଜାଗଡ଼ ଯିବାକୁ ବାହାରୁଥିବା ସମୟରେ ପୁରୁଷୋତ୍ତମପୁର ପୁଲିସ ଥାନାକୁ ଡାକିଥିଲା । ସେଠାରେ ଝିଅକୁ ପୋଡ଼ି ହତ୍ୟା କରଯାଇଥିବା ଜାଣିଥିଲି ବୋଲି ପ୍ରଶାନ୍ତ କହିଛନ୍ତି ।

Leave A Reply

Your email address will not be published.