ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ

0 33

ଢେଙ୍କାନାଳ,  : ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ହାତୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ତଣ୍ଟିଚିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ହିନ୍ଦୋଳ ଏନଏସି ଅନ୍ତର୍ଗତ ୧୩ ନଂ ୱାର୍ଡ ତଣ୍ଟିଚିରା ଗ୍ରାମରେ ଆଜି ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ପୁନି ସାହୁ । ପୁନି ସାହୁ ଭୋର ସମୟରେ ଘର ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦେଇଥିଲା l ଫଳରେ ଘଟଣାସ୍ଥଳରେ ହିଁ ପୁନି ସାହୁଙ୍କର ମୃତ୍ୟୁ ଘଟିଛି । ଖବର ପାଇ ହିନ୍ଦୋଳ ବନାଞ୍ଚଳ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛନ୍ତି। ଏହି ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଚାପ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ମୃତ ମହିଳାଙ୍କ ପରିବାରକୁ ପ୍ରାଥମିକ ଭାବେ କ୍ଷତି ପୂରଣ ବାବଦକୁ ୪୦ ହଜାର ଟଙ୍କା ଏବଂ ପରେ ୩ ଲକ୍ଷ ୬୦ ହଜାର ଦେବାକୁ ବନ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ ଉତ୍ତେଜନା ଥମିଛି । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Leave A Reply

Your email address will not be published.