ଶୌଚ ହେବା ବେଳେ ରାମିଆଳ ନଦୀରେ ଭାସିଗଲେ ବୃଦ୍ଧା, ୫ କି.ମି. ଦୂରରୁ ଜୀବିତ ଉଦ୍ଧାର

0 9

ଭୁବନ : ଶୌଚ ହେବା ସମୟରେ ରାମିଆଳ ନଦୀରେ ଭାସିଯାଇଥିଲେ ବୃଦ୍ଧା ବିଧବା ମହିଳା । ଦୀର୍ଘ ୫ କି.ମି. ଭାସିଯାଇ ମାର୍ଥାପୁର ପଥର ବନ୍ଧରୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଜୀବନ ବଞ୍ଚାଇଲେ ସ୍ଥାନୀୟ ଲୋକ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁର ରାମିଆଳ ପୋଲ ନିକଟରୁ ଜୀବିତ ଅବସ୍ଥାରେ ବିଧବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ହେଉଛନ୍ତି ବାଲି ତରେଇ । ବିଧବା ବୃଦ୍ଧା ଜଣଙ୍କ ଓଡଣା ବନ୍ଧ ତଳେ ଶୌଚ ହେବା ସମୟରେ ନଦୀରେ ଭାସି ଯାଇଥିଲେ । ତେବେ ଭଗବାନଙ୍କ କୃପାରୁ ମହିଳା ଜଣଙ୍କ ଜୀବିତ ଅବସ୍ଥାରେ ମାର୍ଥାପୁର ରାମିଆଳ ନଦୀବନ୍ଧ ତଳୁ ଜିତେନ ଜୟ ରାଉତ ଏବଂ କିଛି ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ । ସ୍ଥାନୀୟ ଯମୁନାକୋଟ ସରପଞ୍ଚ ଖୁଲଣା ରାଉତ ଏବଂ ତାଙ୍କ ପୁଅ ସଙ୍ଗେ ସଙ୍ଗେ ବାଇକ୍ ଯୋଗେ ମାର୍ଥାପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ତାଙ୍କର ଚିକିତ୍ସା କରି ମାନବିକତାର ପରିଚୟ ଦେଇଛନ୍ତି।

Leave A Reply

Your email address will not be published.