ଶ୍ୱଶୂର ଘରକୁ ଗଲା ବେଳେ ଅଜଣା ଗାଡି ଧକ୍କା ରେ ଜ୍ୱାଇଁ ମୃତ

0 3

ସୋର :  ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ l  ଏପରି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ ।

ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତ୍ରରେ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଇରମର ମଧୁସୂଦନ ପୁହାଣ ଶ୍ୱଶୂର ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଟପୁର ଆସୁଥିଲେ । ଏହି ସମୟରେ ୧୬ନଂ ଜାତୀୟ ରାଜପଥ ତଳନଗର ଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲାl

ଖବର ପାଇ ସୋର ପୋଲିସ ମଧୁସୂଦନଙ୍କ ମୃତଦେହକୁ ଉଦ୍ଧାର କରି ସୋର ଡାକ୍ତରଖାନରେ ଭର୍ତ୍ତି କରିଛି l ମଧୁସୂଦନ ପରିବାର ଓ ଶ୍ୱଶୁର ଘର ଲୋକ ସୋରେ ଡାକ୍ତରଖାନରେ ପହଁଚିଥିବା ସୂଚନା ମିଳିଛି ।

Leave A Reply

Your email address will not be published.