ସଙ୍ଗୀତକାର ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଶ୍ରବଣ ଆଉ ନାହାନ୍ତି

0 25

ମୁମ୍ୱାଇ : ୯୦ ଦଶକରେ ବହୁ ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତକାର ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଶ୍ରବଣ ଆଉ ନାହାନ୍ତି।  କରୋନାରେ ସଂକ୍ରମିତ ହୋଇ ଏହି ୬୭ ବର୍ଷୀୟ ଭେଟେରାନ ସଙ୍ଗୀତକାର ଆଖି ବୁଜିଛନ୍ତି। ଗତ ରାତି ୯.୩୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରବଣଙ୍କ ମୃତ୍ୟୁ ଖବର ବଲିଉଡ଼ ଜଗତକୁ ବଡ଼ ଝଟକା ଦେଇଥିବା ବେଳେ ଏହାକୁ ବହୁ  କଳାକାର ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି।

କୋଭିଡରେ ସଂକ୍ରମିତ ହେବା ପରେ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶ୍ରବଣ।  ଫୁସଫୁସରେ ପାଣି ଜମି ରହିଥିବାବେଳେ ତାଙ୍କ ହାର୍ଟରେ ସମସ୍ୟା ରହିଥିଲା। ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ତେବେ ଅନେକ ଚେଷ୍ଟା ପରେ ମଧ୍ୟ ଡାକ୍ତରମାନେ ଏହି ପ୍ରଖ୍ୟାତ ସଙ୍ଗୀତକାରଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ। ତାଙ୍କ ବିୟୋଗରେ ଅନେତ ବଲିଉଡର ବହୁ କଳାକାର ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ ଶ୍ରବଣଙ୍କ ବିୟୋଗକୁ ସହଜେ ବିଶ୍ୱାସ କରିପାରୁନଥିବା କହିଛନ୍ତି।

ବଲିଉଡ ନିର୍ଦ୍ଦେଶକ ଅନିଲ ଶର୍ମା ସୋଶାଲ ମିଡିଆରେ ଶ୍ରବଣଙ୍କ ମୃତ୍ୟୁ ବାବଦରେ ପ୍ରଥମେ ଟ୍ୱିଟ୍ କରି କହିଥିଲେ। ଏହାପରେ ନିଜ ସହଯୋଗୀ ଶ୍ରବଣଙ୍କୁ ହରାଇଥିବାରୁ ସଙ୍ଗୀତ ନିର୍ଦ୍ଦେଶକ ନାଦିମ ସାଇଫି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.