ସତ୍ୟବ୍ରତ ନାୟକ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁଲିସ

ମାନସଙ୍କ ଗିରଫ ଦାବିରେ ୧୨ ଆଦିବାସୀ ସଂଗଠନର ମେଳି

0 13

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକ ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଜି ପୁଣି ଜେରା କରାଯିବ ବୋଲି ଏସ୍‌ପି ରାଜକିଶୋର ଦୋରା କହିଛନ୍ତି । ବସନ୍ତ ନାୟକଙ୍କ ଅଭିଯୋଗ କ୍ରମେ ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟକୁ ଆବେଦନ ହୋଇଛି । ରିମାଣ୍ଡରେ ଆଣିବା ପରେ ମାଡ଼ ଘଟଣା ଏବଂ ଅନ୍ୟ ଘଟଣାରେ ପଲିଗ୍ରାଫ ଟେଷ୍ଟ ହେବ ବୋଲି ଏସ୍‌ପି ଏକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି । ମଙ୍ଗଳବାର ଡ଼ାଳତୋଳା ଗ୍ରାମରେ ଏସ୍‌ଡିପିଓ ସୁଶୀଲ କୁମାର, ଥାନା ଅଧିକାରୀ ଯାଇ ତଦନ୍ତ କରିଛନ୍ତି । ସେପଟେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିହତ ସତ୍ୟବ୍ରତଙ୍କ ପତ୍ନୀ ଓ ସଂଗଠନ ଦ୍ୱାରା ନିର୍ଯାତିତ ମାଗୁଣୀ ନାୟକଙ୍କୁ ଭେଟିଛନ୍ତି ।

ମାନବବାଦୀ ସଂଗଠନର ତାଲିବାନ ଶାସନ ବିରୋଧରେ ୧୨ ଆଦିବାସୀ ସଂଗଠନ ମେଳି କରିଛନ୍ତି । ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନର ନେତାମାନେ ଆଜି ଦାବି କରିଛନ୍ତି । ଏ ନେଇ ସେମାନେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବେଗୁନିଆ ବ୍ଲକ୍‌ କଡ଼ବ ଗାଁର ମାଗୁଣୀ ନାୟକ ଏବଂ ତାଙ୍କ ପୁଅକୁ ଆକ୍ରମଣ ଭିଡିଓ ଭାଇରାଲ୍‌ ଘଟଣାକୁ ଇତିମଧ୍ୟରେ ୫ ଦିନ ବିତିଗଲାଣି । ଏ ଘଟଣାରେ ମାଗୁଣିଙ୍କ ଅଭିଯୋଗ କ୍ରମେ ବେଗୁନିଆ ଥାନାରେ ମାମଲା ହୋଇଛି । କିନ୍ତୁ ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ ତଥା ମାନବବାଦ ସଂଗଠନ ପ୍ରତିଷ୍ଠାତା ଗୁରୁଜୀ ମାନସ ଦାସକୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି । ମାନସଙ୍କ ଗିରଫ ଦାବିରେ ଆଜି ୧୨ଟି ଆଦିବାସୀ ସଂଘ ପ୍ରଶାସନ ନିକଟରେ ଦାବି କରିବା ସମେତ ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ।

ଆଜି ଡ଼ାଳତୋଳା ଗ୍ରାମରୁ ବିତାଡ଼ିତ ୬ ଦଳିତ ପରିବାର ପାଖକୁ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ଗିରଫ ୬ ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ ଘଟଣାର ତଦନ୍ତ ନିମନ୍ତେ ରିମାଣ୍ଡରେ ଆଣିବା ନେଇ କୋର୍ଟକୁ ଅନୁରୋଧ କରାଯାଇଥିବା ଏସ୍‌ପି ରାଜକିଶୋର ଦୋରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.