ସନ୍ଦେହଜନକ ଅବସ୍ଥା ରେ ମାଟି ତଳୁ ମିଳିଲା ମହିଳା ଙ୍କ ମୃତଦେହ

0 27

ଯାଜପୁର : ମାଟି ତଳୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଓସିସି କଲୋନୀ ନିକଟରୁ ଗତ ମଙ୍ଗଳବାର ଦିନ ପୋଲିସ୍‌ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନ ସାହାଯ୍ୟରେ ମାଟି ତଳୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ଉପାସନା ଜେନା। ସ୍ତ୍ରୀର ମୃତଦେହ ମାଟି ତଳୁ ମିଳିବା ପରେ ଘଟଣାର ତଦନ୍ତ ଦାବି କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଉପାସନାଙ୍କ ସ୍ୱାମୀ ତପନ ମିଶ୍ର ଦାବି କରିଛନ୍ତି।

ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ, ଗତ ତିନି ମାସ ପୂର୍ବେ କୋରେଇ ଥାନା ଅନ୍ତର୍ଗତ ହଳଦିଗଢିଆ ଗାଁର ତପନ ମିଶ୍ର ଉପାସନାଙ୍କୁ ମନ୍ଦିରରେ ବିବାହ କରିଥିଲେ। ତପନ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ତେବେ ତପନ ତାଙ୍କ ପତ୍ନୀଙ୍କ ବଡ଼ ଭଉଣୀଙ୍କ ଝିଅ ଉପାସନାଙ୍କୁ ଗତ ତିନି ମାସ ପୂର୍ବେ ମନ୍ଦିରରେ ବିବାହ କରିଥିଲେ ଓ କେନ୍ଦ୍ରାପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ। ଏହି ସମୟରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା ଓ ସେ ଜେଲ୍‌ ମଧ୍ୟ ଯାଇଥିଲେ। ଏହାପରେ ଉପାସନାଙ୍କୁ ତାଙ୍କ ପରିବାର ଲୋକ କିଛିଦିନ ପୂର୍ବେ ଘରକୁ ନେଇ ଯାଇଥିଲେ। ସେବେଠୁ ଉପାସନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ତପନ କହିଛନ୍ତି।

ଆହୁରି ପଢ଼ନ୍ତୁ

Leave A Reply

Your email address will not be published.