ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

ନୂତନ ସଦ୍ୟସ ମାନଙ୍କୁ ସ୍ୱାଗତ କରାଗଲା

0 41

ବାମରା,  : ଓଡ଼ିଶା ୟୁନିୟନ ଅଫ ଜାର୍ଣ୍ଣାଲିଷ୍ଟ(ଓୟୁଜେ)ସହ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ବାମରା ନିକଟସ୍ଥ କେଛୁ ପାଣି ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଓୟୁଜେ ସମ୍ବଲପୁର ଜିଲ୍ଲା ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ୱରେ ସାମ୍ପ୍ରତିକ ପରିସ୍ଥିତି ରେ ଗଣମାଧ୍ୟମ ଶୀର୍ଷକ ଆଲୋଚନା ଚକ୍ର କୁ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜକିଶୋର ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ଓୟୁଜେ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଯୋଗ ଦେଇଥିଲେ  , ଅତିଥି ଭାବେ ଗୋବିନ୍ଦପୁର ଥାନାଧିକାରୀ ଅଜୟ ଜେନା, ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ସ୍ୱାଇଁ, ବାମରା ବ୍ଲକ ସଭାପତି ସତୀଶ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରଦୀପ ମିଶ୍ର ସ୍ୱାଗତ ଭାଷଣ ଓ କ୍ଷୀରୋଦ ସା ଧନ୍ୟବାଦ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଜିଲ୍ଲା ସଂଘ ସଭାପତି ପ୍ରଭାତ ବେହେରା ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ  । ସାଧାରଣ ସମ୍ପାଦକ ରାଜେଶ ବିଭାର ବିବରଣୀ ପ୍ରଦାନ ଏବଂ କୋଷାଧ୍ୟକ୍ଷ ତପନ ଦାସ ବିବରଣୀ ପ୍ରଦାନ କରିଥିଲେ ।

କ୍ଷୀରୋଦ ସା ସ୍ୱାଗତ ଭାଷଣ ଓ ଧର୍ମେନ୍ଦ୍ର ଶୁକ୍ଳା ଧନ୍ୟବାଦ ଦେଇଥିଲେ । ବିଭିନ୍ନ ଦାବି ଉପରେ ଆଲୋଚନା ପରେ ଓୟୁଜେ ୫୦ବର୍ଷ ପୂର୍ତ୍ତି ସମ୍ବଲପୁର ରେ ବଡ଼ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଉପସଭାପତି ଜୟନ୍ତ ଖଡ଼ିରତ୍ନ, ହେମନ୍ତ ରାଉତ, ସମ୍ପାଦକ କନ୍ଦର୍ପ ବେହେରା ପୂର୍ବତନ ସଭାପତି ଶିବ ମେହେର, ପୂର୍ବତନ ସାଧାରଣ ସମ୍ପାଦକ ସଂଜୟ ମିଶ୍ର, ରମାକାନ୍ତ ମହାନନ୍ଦ, ସୁଶୀଲ କର, କ୍ଷୀତି ରଞ୍ଜନ ପ୍ରଧାନ, ଦିନେଶ ମାହାନ, ପ୍ରକାଶ ଶର୍ମା, ଗଗନ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ମନୋଜ ରାଜ,ସନ୍ତୋଷ ଶୁକ୍ଳା, ଶ୍ୟାମ ସୁନ୍ଦର ଦାସ, ରାଜା ଖାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜସେବା ଚନ୍ଦ୍ର ସାର, ଚାଷୀ ନେତା କିରଣ ନାଏକ ପ୍ରମୁଖ ଯୋଗ ଦେଇଥିଲେ  ।ଜିଲ୍ଲାର ୯ଟି ବ୍ଲକ ରୁ ପ୍ରାୟ୮୦ଜଣ ସାମ୍ବାଦିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.