ସମ୍ବଲପୁର ଶିବମ୍ ହୋଟେଲର ପାର୍କିଂ ପ୍ଲେସରେ ଅଗ୍ନିକାଣ୍ଡ

0 7
  1. ସମ୍ବଲପୁର, : ସମ୍ବଲପୁରର ଲକ୍ଷ୍ମୀଟକିଜ ନିକଟସ୍ଥ ଶିବମ୍ ହୋଟେଲର ପାର୍କିଂ ପ୍ଲେସରେ ଲାଗିଲା ନିଆଁ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡି ନିୟୋଜିତ କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ ପାର୍କିଂ ପ୍ଲେସର ପେନାଲ ପୋଡି ନଷ୍ଟ ହୋଇଯାଇଥିବା ବେଳେ ଗାଡି ଗୁଡିକ ସୁରକ୍ଷିତ ଅଛି। ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.