ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଥାନାରେ ଏଫ୍‌ଆଇଆର୍‌ ଦେଲେ ବୋହୂ

0 9

ଭୁବନେଶ୍ୱର :  ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଙ୍କ  ନାଁ ରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ। ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଭର୍ତ୍ତୃହରିଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ଲୋକରଞ୍ଜନଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶିତ ଖବର ଅନୁଯାୟୀ, ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମଙ୍ଗଳବାର ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଆଇପିସିର ଧାରା ୪୯୮ (ଏ), ୫୦୬, ୩୪ ଓ ଯୌତୁକ ନିର୍ଯାତନା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।

ଆହୁରି ପଢ଼ନ୍ତୁ

Leave A Reply

Your email address will not be published.