ସାମାନ୍ୟ ବଚସାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ

0 8

ସମ୍ବଲପୁର,  :   ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲାରେ  ସାମାନ୍ୟ ବଚସାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟିିି ଯାଇଛି। ଏଥିିରେ  ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି l ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି।ଆହତ  ଆଉ ଜଣେ ଯୁବକ ଗୁୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତର କରାଯାଇଛି।

ମୃତକ ଜଣଙ୍କ ହେଲେ ଚରଭାଟିର ଦୀପକ ଯାଦବ(୨୫)l ଗୁରୁତର ଆହତ ଜଣଙ୍କ ହେଉଛନ୍ତି ବନିତ ଓରାମଙ୍କୁ ପୁଲିସ ଉଦ୍ଧାର କରି ବୁର୍ଲା ବଡ ଡାକ୍ତରଖାନାକୁ ପଠାଇଛିl ଘଟଣାସ୍ଥଳରୁ ଦୁଇଟି ଭୁଜାଲି ପଡ଼ିଥିବା ବେଳେ ଧନୁପାଲି ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛିl ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.