ସାମ୍ବାଦିକ ପ୍ରତିବଦ୍ଧତା ରହିଲେ ସୁସମାଜ ପ୍ରତିଷ୍ଠା ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଓୟୁଜେ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

0 26

ସମ୍ବଲପୁର,(ବ୍ୟୁର): ଓଡ଼ିଶା  ସାମ୍ୱାଦିକ ୟୁନିୟନ (ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବ  ଅନୁଷ୍ଠିତ ହୋଇଛି। ବୈଠକ  ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ସାମାଜିକ  ଜଟିଳ  ପରିସ୍ଥିତି ରେ  ସାମ୍ୱାଦିକ  ପ୍ରତିବଦ୍ଧତା ରହିଲେ ଏକ ସୁସମାଜ  ପ୍ରତିଷ୍ଠା ହୋଇ ପାରିବ ବୋଲି  ଗୁରୁତ୍ୱାରୋପ  କରିଥିଲେ ।  ଏଥି ସହ  ସାମ୍ବାଦିକ ଙ୍କ ଦାବୀ କୁ ସମର୍ଥନ ଜଣାଇ ପେନସନ ଓ ବୀମା ଅର୍ଥ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ କୁ ବୃଦ୍ଧି କରିବା ଦାବିକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।

 କୁଚିଣ୍ଡା  ବିଧାୟକ କିଶୋର ଚନ୍ଦ୍ର  ନାୟକ    ସଂମାନ୍ନିତ ଅତିଥି ଭାବେ ଯୋଗ ଦେଇ ପ୍ରସଙ୍ଗ କୁ ସମର୍ଥନ ଜଣାଇ ବିଧାନସଭା ରେ ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଥିଲେ । ସଭାରେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଂଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ୟୁନିୟନର ,ସ୍ୱତନ୍ତ୍ର ପରିଚୟ ରଖିବା ସହ ସଂଗଠନ ର ୫୦ବର୍ଷ ସଂକ୍ରାନ୍ତ  ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ସଂଗଠନ  ସମ୍ବନ୍ଧରେ  ଆଲୋକପାତ କରିଥିଲେ  । ଏଥିରେ ସାମ୍ବାଦିକା ସ୍ବର୍ଗତ ନୃସିଂହ  ଗୁରୁ ଙ୍କ ଜୟନ୍ତୀ ରାଜ୍ୟ ସରକାର ପାଳନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା  । ଏହି ଅବସରରେ ସାମ୍ବାଦିକକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ, ସ୍ବର୍ଗତ ରତନ ପାଣି, ସ୍ବର୍ଗତ ତାରକାନ୍ତ ଗୁରୁ, ସ୍ବର୍ଗତ ଅଜିତ ନାୟକ ଏବଂ ବର୍ଷିୟାନ ସାମ୍ବାଦିକା ଅର୍ଜୁନ ପଣ୍ଡା, ଦେବଦତ ପଣ୍ଡା, ଜଗତ ପ୍ରସାଦ ଦାଶ, ମନୋରଞ୍ଜନ ପଟ୍ଟନାୟକ, ଅରୁଣ ବେହେରା,ଶିବ ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାକୁ ସମ୍ବଲପୁର ଜିଲ୍ଲା ସାମ୍ୱାଦିକ ୟୁନିୟନ  ସଭାପତି ପ୍ରଭାତ ବେହେରା ସଂଯୋଜନା କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ  ସାମ୍ବାଦିକ ମାନେ ଏଥି ରେ ଯୋଗ ଦେଇଥିଲେ ।  ଜିଲ୍ଲା ସମ୍ପାଦକ ପ୍ରଦୀପ ମିଶ୍ର ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ରାଜେଶ ବିଭାର ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.