ସୁଧୁରି ପାରୁନାହାନ୍ତି ସରକାରୀ ବାବୁ: ମାସ୍କ ନଥିବାରୁ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କୁ ତହସିଲଦାର କରାଇଲେ ବସ୍ ଉଠ୍

0 22

ଭୁବନେଶ୍ୱର : ପୁଣି ଜଣେ ସରକାରୀ ବାବୁଙ୍କର ଜୁଲୁମ୍ ଦେଖିବାକୁ ମିଳିଛି । ମାସ୍କ ପିନ୍ଧି ନ ଥିବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ  ତହସିଲଦାର ଅରୁଣ କୁଁଁଅର ନାୟକ ବସ୍ ଉଠ୍ କରିଛନ୍ତି । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି ।

ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଏହି ଘଟଣାଟି ଘଟିଛି । କରୋନା ସମୟରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ିଛି । ତେବେ କରୋନା କାଳରେ ନିରୀହ ଜନତାଙ୍କ ଉପରେ ଜୁଲୁମ୍ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ସମୟରେ ସରକାରୀ ବାବୁମାନେ ଏହାକୁ ଫୁ କରିଦେଉଥିବା ଦେଖାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବା ବଦଳରେ ବାବୁ ଜଣଙ୍କ ନିଜର ବାବୁଗିରି ଦେଖାଇଛନ୍ତି । ତେବେ ତହସିଲଦାରଙ୍କ ଏହି କାରନାମା ପେଟ୍ରୋଲ ପମ୍ପ ପରିସରରେ ଥିବା ଏକ ସିସିଟିଭିରେ କଏଦ ହୋଇଯାଇଥିଲା । ସମ୍ପୃକ୍ତ ତହସିଲଦାର  ଅରୁଣ କୁମାର ନାୟକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି ।

Leave A Reply

Your email address will not be published.