ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ : କାଂସ୍ୟ ପଦକ ପାଇଲେ

0 20

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଦ୍ବାଦଶ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ବକ୍ସିଂରେ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଥିବା ଳଭଲିନା ଆଜି ସେମି ଫାଇନାଲ୍‌ରେ ତୁର୍କୀର ବେସୁନାଜ ସୁର୍ମେନେଲିଙ୍କଠୁ ହାରିଛନ୍ତି। ହାରିବା ସତ୍ତ୍ବେ ଲଭଲିନା କାଂସ୍ୟ ପଦକ ବିଜେତା ହୋଇଛନ୍ତି। ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିବା ସତ୍ତ୍ବେ ପଦକର ରଙ୍ଗ ବଦଳେଇ ପାରିନଥିଲେ ଲଭଲିନା।

ସେମି ଫାଇନାଲ ମୁକାବିଲାରେ ଲଭଲିନା ଦମଦାର ଆରମ୍ଭ କରିଥିଲେ। ହେଲେ ୨ୟ ରାଉଣ୍ଡରେ ଖରାପ ପ୍ରଦର୍ଶନ କରିଥିଲେ ଲଭଲିିନା। ତାଙ୍କ ଉପରେ ଭାରି ପଡ଼ିଥିଲେ ତୁର୍କୀର ବେସୁନାଜ ସୁର୍ମେନେଲି। ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ହାରିଛନ୍ତି ଲଭଲିନା।

Leave A Reply

Your email address will not be published.