ସେଲ୍‌ଫି ନେବ ବେଳେ ଭୀମକୁଣ୍ଡରେ ଭାସି ଯାଇ ଯୁବକ ନିଖୋଜ

ଚାଲିଛି ଉଦ୍ଧାର କାର୍ଯ୍ୟ

0 4

ଠାକୁରମୁଣ୍ଡା, : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବାରିଂ ଗ୍ରାମରେ ଥିବା ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଜଣେ ଯୁବକ ସେଲ୍ଫି ନେବା ସମୟରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି କରଞ୍ଜିଆର ଅଙ୍କିତ ପେରିୱାଲଙ୍କ ଶାଳକ ଶ୍ରୀରାମ । ଶ୍ରୀରାମ ସମେତ ୪ ଜଣ ଯୁବକ ଭୀମକୁଣ୍ଡ ବୁଲିବାକୁ ଆସିଥିଲେ । ସେଲ୍‌ଫି ଉଠାଉଥିବାବେଳେ ଶ୍ରୀରାମ ପାଣିରେ ଖସି ପଡ଼ିଥିଲେ । ଶ୍ରୀରାମଙ୍କ ବୟସ ୧୯/୨୦ ହେବ ବୋଲି ଅନୁମାନ କରାଯାଉଛି । ଶ୍ରୀରାମ ଭିଣୋଇ ଘରକୁ ଆସିଥିବାବେଳେ ଭୀମକୁଣ୍ଡ ବୁଲିବାକୁ ଆସିଥିଲେ । ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ବୁଧବାର କରଞ୍ଜିଆର ଅଙ୍କିତ ପୋରିଓ୍ୱାଲ ପରିବାର ଲୋକଙ୍କ ସହ ସମ୍ପର୍କୀୟ ସାନଖମ୍ବ ବୁଲିବାକୁ ଆସିଥିଲେ l ସେଠାରେ ସେଲ୍‌ଫି ଫଟୋ ଉଠାଉଥିବା ବେଳେ ସମ୍ପର୍କୀୟ ସହିତ ପାଣିରେ ଖସିପଡ଼ିଥିଲେ l ସାଙ୍ଗମାନେ ଜଣଙ୍କ ଉଦ୍ଧାର କରିଥିବାବେଳେ ଶ୍ରୀରାମ ପାଣି ଭାସି ଯାଇଥିଲେ l ଶ୍ରୀରାମଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାଡିଛି l

ଶ୍ରୀରାମ ଝାଡ଼ଖଣ୍ଡ ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସିଥିଲେ । ସେଠାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସୁନାଖମ୍ବ ବୁଲିବାକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଛି । ଗତକାଲି ସଂଧ୍ୟା ସମୟରେ ବର୍ଷା ହେବାରୁ ନଦୀରେ ପାଣି ସ୍ରୋତ ବଢିଯାଇଥିଲା । ଯାହାଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.