ସ୍କୂଲ ପରିସର ଗଛ ରେ ରସି ଲଗାଇ ମହିଳା ଙ୍କ ଆତ୍ମହତ୍ୟା

0 1

ଜଳେଶ୍ବର  : ବାଲିଆପାଳ ଥାନା ଅଳାଡିହା ପଞ୍ଚାୟତ ଅଳାଡିଆ ଗ୍ରାମରେ  ପ୍ରାଥମିକ ବିଦ୍ୟାଳୟ ହତା ଭିତରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ପଞ୍ଚବଟି ପରିଡା ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର   ଜିଲ୍ଲା ବାଲିଆପାଳ ଥାନା ଅଳାଡିଆ ପଞ୍ଚାୟତର ଅଳାଡିଆ ସ୍କୁଲ ପଡିଆ ପରିସରରେ ପିଲାଙ୍କ ଖେଳିବା ଉଦ୍ଦେଶ୍ୟରେ ଥିବା ଏକ ଲୁହାଦୋଳି ପାଇପରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲୁଥିବାର ଗ୍ରାମବାସୀମାନେ ଦେଖିଥିଲେ । ସ୍କୁଲ ଗେଟ୍ ବନ୍ଦ ଥିବାରୁ କେହି ଝୁଲନ୍ତା ମୃତଦେହ ନିକଟକୁ ଯାଇପାରିନଥିଲେ । ମହିଳା ଜଣଙ୍କ ହେଲେ ଅଳାଡିଆ ଗ୍ରାମର ଗୌରାଙ୍ଗ ପରିଡାଙ୍କର ସ୍ତ୍ରୀ ପଞ୍ଚବଟୀ ପରିଡା ।

ଏ ନେଇ ଗ୍ରାମବାସୀ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ ମହିଳା ଜଣଙ୍କ ଦୀର୍ଘ ଦିନ ଧରି ପେଟ ରୋଗରେ ପୀଡିତ ଥିଲେ । କଷ୍ଟ ସହି ନପାରି ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ବାମୀ କହିଥିବା ବେଳେ ପୋଷ୍ଟମର୍ଟମ ପରେ ଜଣାପଡିବ ଏହା ହତ୍ୟା ନା ଆତ୍ମହତ୍ୟା ।

Leave A Reply

Your email address will not be published.