ସ୍ୱତନ୍ତ୍ର ଅଧିବେଶନ : ବୀମା ରାଶି ବୃଦ୍ଧି ଓ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ଓୟୁଜେ ର ଦାବୀ

0 50

ରେଢ଼ାଖୋଲ : ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଏକ ସ୍ୱତନ୍ତ୍ର ଅଧିବେଶନ ଆଜି ୱେବନର ଯୋଗେ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ରାଶି କୁ ୫ ଲକ୍ଷ୍ୟ ଟଙ୍କା କୁ ବୃଦ୍ଧି ସହ ରାଜ୍ୟ ରେ ତୁରନ୍ତ ପେନସନ ଯୋଜନା ଲାଗୁ କରିବା ପାଇଁ ଦାବୀ କରାଯାଇଥିଲା ।ସଭା ପାରମ୍ଭ ରେ ନିକଟରେ କରୋନା ରେ ଦେହାନ୍ତ ଘଟିଥିବା ସାମ୍ବାଦିକ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଓୟୁଜେ ର ଦାବୀ ପରେ ରାଜ୍ୟ ସରକାର ସାମ୍ବାଦିକ ଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଟୀକା ପ୍ରଦାନ କରିଥିବା ରୁ ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ରାଜ୍ୟ ସଭାପତି ପ୍ରଶ୍ନ ମହାନ୍ତି କରୋନା ମହାମାରୀ ସମୟ ରେ ସାମ୍ବାଦିକ ମାନେ ନିଜ ଜୀବନ କୁ ବାଜି ଲଗାଇ କାର୍ଯ୍ୟ କରି ଲୋକଙ୍କ ପାଖରେ ଖବର ପହଞ୍ଚାଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରି ଥିବା କହିଥିଲେ ।ଏଥି ସହିତ ସାମ୍ବାଦିକ ମାନେ ସମ୍ବୁଖିନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ ।ଏଥିସହ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ଙ୍କ ଉପରେ ପ୍ରଶାସନ ର କାର୍ୟନୁଷ୍ଠାନ କୁ ଦୃଢ଼ ନିନ୍ଦା କରିବା ସହ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବି କରିଥିଲେ ।

ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ସ୍ୱାଗତ ଭାଷଣ ଦେବା ସହ କରୋନା ସମୟ ରେ ୟୁନିୟନ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।ଏଥିସହିତ ରାଜ୍ୟ ର ବିଭିନ୍ନ ଜିଲ୍ଲା ସଙ୍ଘଠନ ପକ୍ଷରୁ ଏହି ସମୟ ରେ ଯେଉଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉପନ ସାହୁ, କିଷାନ ରାଉତ ସମ୍ପାଦକ ରବୀନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ବାଇଁ, ଅନୁଗୁଳ ସଭାପତି ସୁବାସ ସାହୁ, ଯାଜପୁର ସଭାପତି ଆଦିତ୍ୟ ମେକାପ, କଳାହାଣ୍ଡି ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ, ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଦେବଗଡ଼ ସାଧାରଣ ସମ୍ପାଦକ ସିଧେଶ୍ୱର ଗୁରୁ, କୋରାପୁଟ ରାଜେନ୍ଦ୍ର ଗୌଡ଼,ବରିଷ୍ଠ ସଦସ୍ୟ ହରିହର ପାତ୍ର, ବିଜୟ ରାୟ, ଜୟନ୍ତ କର, ପ୍ରଦୀପ ବେହେରା, ସୁଧାଂଶୁ ପରିଡା, ରମାକାନ୍ତ ମହାନନ୍ଦ, ଦିନେଶ କୁମାର ମାହାନା, ବିଶ୍ୱ ବିଜନ ନନ୍ଦଙ୍କ ସମେତ ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଜାତୀୟ ସଦସ୍ୟ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ ।

Leave A Reply

Your email address will not be published.