ହରିୟାଣାରେ ପାହାଡ଼ ସ୍ଖଳନ ଯୋଗୁଁ ପୋତି ହୋଇଗଲା ଏକାଧିକ ଗାଡ଼ି; ୧୦ ରୁ ୧୫ ବ୍ୟକ୍ତି ନିଖୋଜ

0 12

ଚଣ୍ଡିଗଡ଼: ହରିୟାଣାର ଭିୱାନି ଜିଲ୍ଲା ଅନ୍ତର୍ଗତ ‘ମାଇନିଙ୍ଗ୍‌ ଜୋନ୍‌’ରେ ପାହାଡ଼ ସ୍ଖଳନ ହେତୁ ଏକାଧିକ ଗାଡ଼ି ପୋତି ହୋଇ ପଡ଼ିବା ସହ ପ୍ରାୟ ୧୫ ରୁ ୨୦ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଉଦ୍ଧାରକାରୀ ଅଧିକାରୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏଯାବତ୍‌ ୩ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ତୋଶମ୍‌ ବ୍ଲକ୍‌ ଅଞ୍ଚଳରେ ଥିବା ଦାଦମ ଖଣି ଅଞ୍ଚଳ ଅନ୍ତର୍ଗତ ପାହାଡ଼ର ଏକ ପ୍ରକାଣ୍ଡ ଅଂଶ ଫାଟି ଯିବାରୁ ଭୂସ୍ଖଳନ ଘଟିଛି। କିନ୍ତୁ, ପାହାଡ଼ ଧସି ପଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Leave A Reply

Your email address will not be published.