ହଳ କରିବାକୁ ଯାଇ ପ୍ରବଳ ବର୍ଷାରେ ନାଳରେ ଭାସି ଯୁବକ ମୃତ

0 41

ତେଲକୋଇ : ଲଗାଣ ବର୍ଷାରେ ନାଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ ।ଗତକାଲି ସକାଳେ ଜମିକୁ ହଳ କରିବାପାଇଁ ବାପପୁଅ ତିନି ଜଣ ନାଳ ସେପଟକୁ ଯାଇଥିଲେ । ତେବେ ବାପା ଓ ସାନଭାଇଙ୍କ ପାଇଁ ସକାଳ ଖାଇବା ନିମନ୍ତେ ଭାତ ଆଣି ବାକୁ ଘରକୁ ନାଳ ପାର ହୋଇ ଆସୁଥିଲେ । ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ହଠାତ ନାଳରେ ଅଧିକ ପାଣି ଆସି ଯିବାରୁ ତାଙ୍କୁ ଭସାଇ ନେଇଥିଲା ।

ଗୁରୁଦେବକୁ ନପାଇ ପରିବାର ଲୋକେ ଗତକାଲି ଠାରୁ ଖୋଜାଖୋଜି କରି ପାଇ ନଥିଲେ । ଆଜି ସକାଳୁ ଗାଁ ନିକଟ ଜାମ୍ବୁଧର ନାଳଟି ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ଆଣିଥିଲେ ।ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.