୧୩୪.୫ ଗ୍ରାମ ଧଳା ଜହର ଜବତ : ୩ ଗିରଫ

0 9
ତାଳଚେର  :- କଳା ହୀରା ର ସହର ତାଳଚେର ର କୋଇଲାଖଣି ଅଞ୍ଚଳରେ ବ୍ରାଉନ୍ ସୁଗାର ବୃଦ୍ଧି ପାଉଥିବାକୁ ନେଇ କୋଲିୟରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସଦଳବଳେ ବିଭିନ୍ନ ଅଞ୍ଚଳରେ ଆତର୍କିତ ଚଢ଼ାଉକରି ଏହି ନିଶା କାରବାରରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩୪.୫ ଗ୍ରାମ ଧଳାଜହର ଜବତ କରି କୋର୍ଟ ଚାଳାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।
କୋଲିୟରୀ ଥାନା ଅନ୍ତର୍ଗତ ସାଉଥ ବଲଣ୍ଡା ରେସକ୍ୟୁ କଲୋନୀ ସ୍ଥିତ ମନୋଜ ସାହୁ (୨୫) ଏକ ପାସୋନ୍ ଗାଡ଼ି ନଂ- ଓଡ଼ି-୧୯ଆର୍‌-୮୧୬୦ରେ ନେଇ ବ୍ରାଉନସୁଗାର ଯାଉଥିବା ବେଳେ ନିକଟରୁ ୯.୭ଗ୍ରମା ପୋଲିସ୍ ଜବତ କରିଥିଲା । ସେହିଭଳି ତାଳଚେର ପୌରପରିଷଦ ବାଘୁଆବୋଲ ଅଂଚଳରୁ କାଳିଆ ବର୍ମା (୬୦) ଏବଂ ତାଙ୍କ ପୁଅ ଲିପୁ ବର୍ମା (୩୦)ଙ୍କ ଘରୁ ୧୨୫ ଗ୍ରାମ ଧଳା ଜହର ଜବତ କରାଯାଇଛି । ମାଜିଷ୍ଟ୍ରେଟ୍ ତାଳଚେର ଆଡ଼ିସନାଲ୍ ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କ ଉପସ୍ଥିତିରେ କୋଲିୟରୀଥାନା ପୋଲିସ୍ ଧଳା ଜହରକୁ ଜବତ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟଯେ, ଏହି ଧଳା ଜହର ସେବନକରି ଆଜିର ଯୁବପିଢ଼ୀ ପଥଭ୍ରଷ୍ଟ ହେବା ସହିତ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏଥିପ୍ରତି ସ୍ଥାନୀୟ ଅବକାରୀ ବିଭାଗ ଜାଣି ଅଜଣା କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

Leave A Reply

Your email address will not be published.