୧୪ରୁ ଖୋଲିବ ମା’ ମାଣିକେଶ୍ୱରୀଙ୍କ ମନ୍ଦିର

କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ

0 23

ଭବାନୀପାଟଣା  : କୋଭିଡ୍‌ କଟକଣା ପାଇଁ ଦୀର୍ଘଦିନ ଧରି କଳାହାଣ୍ଡିର ସମସ୍ତ ଦେବା ଦେବୀଙ୍କ ମନ୍ଦିର ବନ୍ଦ ରହିଥିଲା । କେବଳ ପୁରୋହିତ ଏବଂ ସ୍ୱଳ୍ପ ଭକ୍ତଙ୍କୁ ନେଇ ନୀତିକାନ୍ତି ଚାଲିଆସିଥିଲା । ସଂପ୍ରତି ରାଜ୍ୟରେ କୋଭିଡ୍‌ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଧର୍ମୀଠଗୁଡିକ ଖୋଲିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୯ ତାରିଖ ଦିନ ସମସ୍ତ ଧର୍ମଗୁରୁମାନଙ୍କୁ ଡାକି ଆଲୋଚନା କରିବା ସହ ଅଗଷ୍ଟ ୧୦ ତାରିଖ ମଙ୍ଗଳବାର ଦିନ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଧର୍ମୀଠ ଗୁଡିକ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଦେବଦେବୀଙ୍କ ପୀଠ ମଙ୍ଗଳବାର ଠାରୁ ଖୋଲାଯାଇଥିବା ବେଳେ କେବଳ ଜିଲ୍ଲାର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ମନ୍ଦିର ଖୋଲାଯାଇ ନଥିଲା । ଆସନ୍ତା ୧୪ ତାରିଖ ଶନିବାର ଦିନ ମାଁ ମାଣିକେଶ୍ୱରୀଙ୍କ ମନ୍ଦିର କୋଭିଡ୍‌ କଟକଣା ମାନି ସକାଳ ୮ ଟାରୁ ଦିବା ୧୧ ଟା ଓ ଅପରାହ୍ନ ୪

Leave A Reply

Your email address will not be published.