୧୪.୨ କେ.ଜିର ବଜ୍ରକାପ୍ତା ଖୋଳପା ଜବତ, ୨ ଗିରଫ

0 5

ଢେଙ୍କାନାଳ,  : ଢେଙ୍କାନାଳ ଜିଲ୍ଲା ଜବଲପୁରରୁ ୧୪.୨ କେ.ଜିର ବଜ୍ରକାପ୍ତା ଖୋଳପା ଜବତ। ୨ ଜଣଙ୍କୁ ଗିରଫ କଲା ଢେଙ୍କାନାଳ ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ।

ସୂଚନାନୁଯାୟୀ, ଢେଙ୍କାନାଳ ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ( WCCB)ର ଏକ ଜଏଣ୍ଟ ଅପରେସନରେ ବଜ୍ରକାପ୍ତା ଖୋଳପା ଜବତ କରିଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କ ନିକଟରୁ ୧୪.୨ କେ.ଜିର ବଜ୍ରକାପ୍ତା ଖୋଳପା, ଏକ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଲେ ବନମାଳି ପ୍ରସାଦର ରତ୍ନାକର ରାଉତ (୫୧) ଓ ହାଉସିଂ ବୋର୍ଡ ବାଜି ଚୌକର ଫିରୋଜ ଖାନ (୫୨)।

Leave A Reply

Your email address will not be published.