୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

0 8

ଜଳେଶ୍ଵର, : ମିନି ଭ୍ୟାନ୍‌ରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଆଜି ସକାଳ ସାଢେ ୫ଟା ସମୟରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ୬୦ ନମ୍ଵର ଜାତୀୟ ରାଜପଥ ଚାଲନ୍ତି ଛକରୁ ଏହି ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏହି ଅଭିଯୋଗରେ ଜଣେ ମହିଳାଙ୍କ ସମେତ ଅନ୍ୟ ଜଣେ ପୁରୁଷ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି।

ନିଶା କାରବାରର ହବ୍ ପାଲଟିଛି ଜଳେଶ୍ଵର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ବାଲେଶ୍ଵର ଜିଲ୍ଲା ଅବକାରୀ ଡେପୁଟି କମିଶନର ଇନଚାର୍ଜ ଅବକାରୀ ଅଧିକ୍ଷକ ଅଶୋକ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଅବକାରୀ ଉପ ଅଧିକ୍ଷକ ଶୁଶାନ୍ତ କୁମାର ପାଢ଼ୀଙ୍କର ନେତୃତ୍ୱରେ ଜଳେଶ୍ୱର ଅବକାରୀ ବିଭାଗର ଏକ ୧୫ ଜଣିଆ ଟିମ୍ ୬୦ ନମ୍ଵର ଜାତୀୟ ରାଜପଥ ଚାଲନ୍ତି ଛକ ଠାରେ ଜଗି ରହିଥିଲେ। ଏହି ସମୟରେ ଜଳେଶ୍ୱର ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ନାଲି ରଙ୍ଗର ମହିନ୍ଦ୍ରା ଚାରି ଚକିଆ ମିନି ଭ୍ୟାନକୁ ପୋଲିସ ଅଟକାଇଥିଲା। ଏହି ମିନି ଭ୍ୟାନ୍‌ରୁ ୧୫୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଏହି ମାମଲାରେ ଜଣେ ମହିଳାଙ୍କ ସମେତ ଅନ୍ୟ ଜଣେ ପୁରୁଷ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତ ଯାଜପୁର ଅଞ୍ଚଳର ପ୍ରଫୁଲ ପାତ୍ର ଓ ନଗମା ବିବି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.