୧ କୋଟି ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

0 9

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ୧ କୋଟି ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ। ପଟାଙ୍ଗୀରୁ ଏକ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ ଯିବା ବେଳେ ଜୟପୁର ଘାଟରେ ମାଡ଼ି ବସିଲା ପୋଲିସ।

ସୂଚନାନୁଯାୟୀ, ପଟାଙ୍ଗୀରୁ ଏକ ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍ ଜୟପୁର ଅଭିମୁଖେ ଯାଉଥିବା ଜୟପୁର ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଜୟପୁର ପୋଲିସ ଜୟପୁର ଘାଟ ନିକଟରେ ଚଢାଉ କରିଥିଲା। ଚଢାଉ ବେଳେ ଡ୍ରାଇଭର ସମେତ ୬ ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ। ତେବେ ପିକଅପ୍ ଭ୍ୟାନ୍‌ରୁ ୧୦୫୩ କେ.ଜିର ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ସେମିଳିଗୁଡା ମାଲିଗୁଡା ଅଞ୍ଚଳର ସଞ୍ଜୟ ଖୋରା। ତାଙ୍କ ନିକଟରୁ ନଗଦ ଏକ ଲକ୍ଷ ୮୦ ହଜାର ଟଙ୍କା ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି ଜୟପୁର ପୋଲିସ।

Leave A Reply

Your email address will not be published.