୨୩୧ କିଲୋ ଗଞ୍ଜେଇ ଜବତ ,ଜଣେ ଗିରଫ ,୪ ଜଣ ଫେରାର

0 5

ଦିଗପହଣ୍ଡି –  : ଦିଗପହଣ୍ଡି ପୁଲିସଦ୍ୱାରା ଶନିବାରରେ ୯ଟି ଜରି ବ୍ୟାଗରେ ଚୋରା ଚାଲାଣ କରାଯାଉଥିବା ୨୩୧.୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଅନ୍ୟ ୪ ଜଣ ଫେରାର ହୋଇଯାଇଥିବା ଏଏସପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କ ସୂଚନା ଦେଇଛନ୍ତି।

ଓଡି୦୭ସି- ୫୪୩୦ ନମ୍ବର ବିଶିଷ୍ଟ ଟ୍ରାକ୍ଟର୍ ସହ ନମ୍ବରବିହୀନ ଟ୍ରଲି, ୨ଟି ମୋବାଇଲ, ନଗଦ ୨୦ ହଜାର ଟଙ୍କା, ୧୧ ଲକ୍ଷ ୯୯ ହଜାର ଟଙ୍କା ସମ୍ବଳିତ ୨ ଚେକ ବହି ମଧ୍ୟ ଜବତ ହୋଇଛି। ଏହି ଚେକ ବୁକ ୨ଟି ଦିଗପହଣ୍ଡି ଏକ୍ସିସ ବ୍ୟାଙ୍କର ପୃଥକ୍ ଆକାଉଣ୍ଟର ବୋଲି ଜଣା ପଡିଛି। ଗଜପତି ମୋହନା ପଟୁ ଏହି ଗଞ୍ଜେଇ ଟ୍ରାକ୍ଟରରେ ଆସୁଥିବା ସମୟରେ ଏହକୁ ପୋଲିସ ଜବତ କରିଛି ।

Leave A Reply

Your email address will not be published.