୨୪ ଘଣ୍ଟାରେ ୧୦,୯୩୯ କରୋନା ସଂକ୍ରମିତ ଚିହ୍ନଟ

0 17

ଭୁବନେଶ୍ୱର : ରାଜ୍ୟ ରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବରା ବେଳେ ଲୋକାଲ କେସ୍ ହେଉଛି ୪୭୬୧। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୧୪ ହଜାର ୩୮୦ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଳ୍ଲାରୁ ସର୍ବାଧିକ ୧୨୯୮ ଜଣ, କଟକରୁ ୯୨୨ ଜଣ,ଅନୁଗୁଳରୁ ୮୧୯ ଜଣ, ଢ଼େଙ୍କାନାଳରୁ ୭୬୩ ଜଣ, ମୟୂରଭଞ୍ଜରୁ ୬୦୪ ଜଣ, ଯାଜପୁରରୁ ୫୪୧ ଜଣ, ସୁନ୍ଦରଗଡ଼ରୁ ୫୧୨ ଜଣ, ପୁରୀରୁ ୪୫୬ ଜଣ, ବୌଦ୍ଧରୁ ୩୮୫ ଜଣ,ନବରଙ୍ଗପୁରରୁ ୩୬୨ ଜଣ, ବାଲେଶ୍ବରରୁ ୩୬୧ ଜଣ,ବରଗଡ଼ ଓ କେନ୍ଦ୍ରପଡ଼ା ଜିଳ୍ଲାରୁ ୩୨୩ ଜଣ ଲେଖାଏଁ, ସମ୍ବଲପୁରରୁ ୩୧୯ ଜଣ, ଜଗତସିଂହପୁରରୁ ୨୯୧ ଜଣ, ଗଞ୍ଜାମରୁ ୨୫୪ ଜଣ,କଳାହାଣ୍ଡିରୁ ୨୪୪ ଜଣ,କୋରାପୁଟରୁ ୨୪୨ ଜଣ,ନୟାଗଡ଼ରୁ ୨୫୫ ଜଣ,ସୋନପୁରରୁ ୨୩୧ ଜଣ, ବଲାଙ୍ଗୀରରୁ ୧୯୫ ଜଣ,ଝାରସୁଗୁଡ଼ାରୁ ୧୯୧ ଜଣ, କେନ୍ଦୁଝରରୁ ୧୭୬ ଜଣ, ରାୟଗଡ଼ାରୁ ୧୫୬ ଜଣ, ଭଦ୍ରକରୁ ୧୪୨ ଜଣ,ମାଲକାନଗିିରିରୁ ୧୦୩ ଜଣ, ଦେବଗଡ଼ରୁ ୧୦୦ ଜଣ, ନୂଆପଡ଼ାରୁ ୬୪ ଜଣ, ଗଜପତିରୁ ୪୩ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୧୪ ହଜାର ୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ ଲକ୍ଷ ୧୦ ହଜାର ୫୫୪ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬ ଲକ୍ଷ ୦୧ ହଜାର୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୫୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧୪୩୭୩୩୭ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.