୨୫ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ, ଜଣେ ଗିରଫ

0 7

ପାରାଦୀପ : ପାରାଦୀପ ଅବକାରୀ ଥାନା, ଜଗତସିଂହପୁର ଅବକାରୀ ବିଭାଗ ଓ କୁଜଙ୍ଗ ପୁଲିସ ମିଳିତ ଚଢ଼ଉରେ ଆଜି କୁଜଙ୍ଗ ଅଂଚଳରୁ ୨୫ ଗ୍ରାମ ୨୦୦ ମିଲିଗ୍ରାମ ବ୍ରାଉନସୁଗର ଜବତ ହୋଇଛି। କୁଜଙ୍ଗ ନାଥ ସାହି ଅଂଚଳରୁ ରାଜବଲ୍ଲଭ ନାଥ(୩୨) ବ୍ରାଉନସୁଗର ବିକୁଥିବା ବେଳେ ଅବକାରୀ ଟିମ ତାକୁ ମାଡିବସିଥିଲା।

ତାଙ୍କ ପାଖରୁ ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପାରାଦୀପ ଓ ଆଖପାଖ ଅଂଚଳରେ ବ୍ୟାପକ ବ୍ରାଉନସୁଗର କାରବାଟ ଚାଲୁଥିବା ବେଳେ ଅବକାରୀ ବିଭାଗ ବ୍ୟାପକ ଧରପଗଡ଼ ଆରମ୍ଭ କରିଛି। ଏହି ଚଢ଼ଉ ଅବକାରୀ ବିଭାଗ ଇନ୍ସପେକ୍ଟର ନିମାଇଁ ଚରଣ ସିଂ ଓ ଏସାଇ ଅବନି ମହାପାତ୍ରଙ୍କ ନେତୃତ୍ୱରେ କରାଯାଇଥିଲା।

Leave A Reply

Your email address will not be published.