୨୯ ସାମ୍ବାଦିକଙ୍କ ବିରୋଧରେ ଶିଳ୍ପା କଲେ ମାନହାନୀ ମକଦ୍ଦମା

0 15

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ତିଆରି କରିଥିବା ଅଭିଯୋଗରେ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ଏହାକୁ ନେଇ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଛବି ବି ମଳିନ ହୋଇଛି। ନ୍ୟୁଜ୍ ଚ୍ୟାନେଲ୍‌ମାନଙ୍କରେ ଶିଳ୍ପାକୁ ନାନା ପ୍ରଶ୍ନର ଶିକାର ହେବାକୁ ପଡ଼ୁଥିବା ବେଳେ ସୋଶାଲ୍‌ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଯାହାକୁ ସହଜରେ ହଜମ କରିପାରି ନାହାଁନ୍ତି ଶିଳ୍ପା । ଗଣମାଧ୍ୟମକୁ ନେଇ ସେ ଏବେ ବେଶ୍ କ୍ଷୁବ୍ଧ। ଶିଳ୍ପା ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଛନ୍ତି। ଏହା ଉପରେ ଶୁକ୍ରବାର ଶୁଣାଣି ହେବାର ଅଛି।

ଆବେଦନ ଶିଳ୍ପା ସେଟ୍ଟୀ ଦର୍ଶାଇଛନ୍ତି ଯେ ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି। ତେଣୁ ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ କରିବା ଉପରେ ରୋକ୍ ଲଗାଇବାକୁ ଶିଳ୍ପା ହାଇକୋର୍ଟରେ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଗଣମାଧ୍ୟମ ପ୍ରତିଷ୍ଠାନ ନିଜର ଲୋକପ୍ରିୟତା ବଢାଇବା ପାଇଁ ଚାଞ୍ଚଲ୍ୟକର ଖବର ପ୍ରସାରଣ କରୁଛନ୍ତି। ତାଙ୍କ ସ୍ଵାମୀଙ୍କ ବିରୋଧରେ ଚାଲିଥିବା କେସ୍‌କୁ ନେଇ ତାଙ୍କ ବିରୋଧରେ ମଧ୍ୟ ମିଥ୍ୟା ଖବର ଦେଖାଉଛି।

ତେଣୁ ଏହି ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା କୋର୍ଟରେ ଦାବି କରିଛନ୍ତି। ଏଥିସହ ବିନା ସର୍ତ୍ତରେ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ଶିଳ୍ପା କହିଛନ୍ତି। ଫେସବୁକ, ଇନଷ୍ଟାଗ୍ରାମ ଓ ଗୁଗଲ ନାଁରେ ବି ମାମଲା କରିଛନ୍ତି ଶିଳ୍ପା। ଗଣମାଧ୍ୟମ ଦ୍ଵାରା ତାଙ୍କ ବ୍ୟକ୍ତିଗତ ଜୀବନକୁ କ୍ଷୁର୍ଣ୍ଣ କରାଯାଉଛି। ତାଙ୍କ ବ୍ୟକ୍ତିଗତ  ଜୀବନ ବିଷୟରେ ମିଥ୍ୟା ଏବଂ ଅପମାଜନକ କଥା କୁହାଯାଉଛି ବୋଲି ଶିଳ୍ପା ଦର୍ଶାଇଛନ୍ତି।

Leave A Reply

Your email address will not be published.