୩୧ ଡିସେମ୍ବରରେ ରିଲିଜ୍‌ ହେବ ନାହିଁ ଶାହିଦଙ୍କ ଫିଲ୍ମ ‘ଜର୍ସି’, ଖୁବ୍‌ ଶୀଘ୍ର ହେବ ନୂଆ ତାରିଖ ଘୋଷଣା…

0 13

ମୁମ୍ବାଇ  : ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ରିଲିଜ ତାରିଖ ଘୁଞ୍ଚା ଯାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖରେ ଏହି ଫିଲ୍ମ ଥିଏଟରରେ ରିଲିଜ ହୋଇଥାନ୍ତା। ମାତ୍ର ଦେଶରେ କରୋନାର ସଂକ୍ରମଣ ବଢୁଥିବା ସ୍ଥିତିକୁ ଦେଖି ରିଲିଜ ତାରିଖ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ । ଫିଲ୍ମର ରିଲିଜ ବିଭିନ୍ନ କାରଣରୁ ଘୁଞ୍ଚିଥିବା ବେଳେ ଓମିକ୍ରନ ପାଇଁ ପୁଣି ଥରେ ଘୁଞ୍ଚିଛି । ଏହା ସହିତ ଏହି ଫିଲ୍ମଟି ଓଟିଟିରେ ରିଲିଜ ହେବା ନେଇ ହେଉଥିବା କଳ୍ପନା ଜଳ୍ପନାକୁ ମଧ୍ୟ ଖଣ୍ଡନ କରାଯାଇଛି । ଏହାକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ଫିଲ୍ମର ରିଲିଜ୍‌ ତାରିଖ ବିଷୟରେ ସୂଚନା ଦେଇ କହିଛନ୍ତି- ଜର୍ସି ପୋଷ୍ଟପୋନ୍‌…ଡିସେମ୍ବର ୩୧ରେ ରିଲିଜ୍‌ ହେବ ନାହିଁ .. ଖୁବ୍‌ ଶୀଘ୍ର ନୂଆ ତାରିଖ ଘୋଷଣା ହେବ ।

ପରଦାରେ ଜଣେ କ୍ରିକେଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଶାହିଦ କପୁର । ସେଥିରେ ଜଣେ ବାପାର ସଂଘର୍ଷ ଦେଖିବାକୁ ମିଳିଛି । ତେଲୁଗୁ ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନ୍ନାଉରି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମୃଣାଲ ଠାକୁର ଫିମେଲ ଲିଡ୍ ଭୂମିକାରେ ନଜର ଆସିବେ ।ଏହି ଫିଲ୍ମରେ ଶାହିଦ ଜଣେ ୪୦ ବର୍ଷୀୟ ରଣଜୀ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି । ନାନିଙ୍କ ତେଲୁଗୁ ଫିଲ୍ମର ଏହା ରିମେକ୍ ଅଟେ । ନାନିଙ୍କ ଅଭିନୀତ ଫିଲ୍ମଟି ଉଭୟ ସିନେ କ୍ରିଟିକ ଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଶାହିଦଙ୍କ କୋଚ ଭୂମିକାରେ ରିଅଲ ଲାଇଫ ପିତା ପଙ୍କଜ କପୁର ମଧ୍ୟ ନଜର ଆସିଛନ୍ତି ।

Leave A Reply

Your email address will not be published.