୬ ପେଟି କଫସିରଫ୍‌ ସହ କାର ଜବତ , ଦୁଇ ଅଟକ

0 1

ଖପ୍ରାଖୋଲ : ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରି ଛକଠାରେ ଏକ କାରରୁ ୬ ପେଟି କଫସିରଫ ଜବତ କରିଛି ପୁଲିସ । ଏଥିସହ ସେଥିରେ ଥିବା ଦୁଇ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ପ୍ରାପ୍ତ ସୂଚନା ମୁତାବକ  ଖପ୍ରାଖୋଲ ପୋଲିସ କଫ ସିରଫ ବ୍ୟବସାୟ କରୁଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦିର୍ଘ ଦିନ ହେଲା ଜାଲ  ବିଛାଇଥିଲା । ଆଜି ପୋଲିସ ବିଭାଗର ଜଣେ କର୍ମଚାରୀ କୋରେସ୍କ ସିରଫର ଗ୍ରାହକ  ସାଜି କ୍ରୟ କରିବା ପାଇଁ ଯୋଜନା ମୁତାବକ ରାସ୍ତାରେ ଅପେକ୍ଷ କରିଥିଲା । କାରଟି ଗମ୍ଭାରି ଛକକୁ ଆସିବା କ୍ଷଣି ପୋଲିସ ଗାଡିଟିକୁ କାବୁ କରି ନେବା ସହ ଦୁଇ ଜଣ ଆସାମିଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି।ବୋଲି  ଥାନା ଅଧିକାରି ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.