୬ ହଜାର ଟଙ୍କା ଶସ୍ତାରେ କିଣନ୍ତୁ ଏହି ସ୍ମାର୍ଟଫୋନ୍

0 8

ନୂଆଦିଲ୍ଲୀ : ସାମ୍‌ସଙ୍ଗ ଗ୍ୟାଲେକ୍ସି M51 (Samsung Galaxy M51)ର ର ଦାମ୍‌ କମ୍‌ ହୋଇଛି। ଆମାଜନ୍‌(Amazon) ରେ ଏହି ଫୋନ୍‌କୁ ଆପଣ ଶସ୍ତାରେ କିଣି ପାରିବେ। ପାୱାରଫୁଲ୍‌ ବ୍ୟାଟେରୀ ସହ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିଥିବା 7000mAh ବ୍ୟାଟେରୀର Samsung Galaxy M51 ସ୍ମାର୍ଟଫୋନ୍‌କୁ ଆପଣ ଆମାଜନ୍‌ରେ ଡିସ୍‌କାଉଣ୍ଟରେ କିଣିପାରିବେ।

6GB RAM ଓ128GB ଷ୍ଟୋରେଜ୍ ଏହି ସ୍ମାର୍ଟ ଫୋନ୍‌ର ଦାମ୍‌ ୨୮,୯୯୯ ଟଙ୍କା ଥିବାବେଳେ Amazonରେ ଆପଣ ଏହାକୁ ୨୨,୯୯୯ ଟଙ୍କାରେ କିଣିପାରିବେ। ସେହିପରି 8GB RAM, 128GB ଷ୍ଟୋରେଜ୍‌ ଫୋନ୍‌ର ଦାମ୍‌ ୩୦,୯୯୯ ଟଙ୍କା ଥିବାବେଳେ ୨୪,୯୯୯ ଟଙ୍କାରେ କିଣିପାରିବେ। ଅର୍ଥାତ୍‌ ୬ ହଜାର ଟଙ୍କା ଶସ୍ତାରେ ଆପଣ ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ୍‌ କିଣିପାରିବେ।  ଏହି ଫୋନ୍‌ କିଣିବା ପାଇଁ ଯଦି ଆପଣ ICICI କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କୁ ୧,୫୦୦ ଟଙ୍କାର ଡିସ୍‌କାଉଣ୍ଟ୍‌ ମିଳିବ।

Samsung Galaxy M51 ଫିଚର୍ସ

  • କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌-64MP (F1.8) ମେନ୍‌ କ୍ୟାମେରା + 12MP (F2.2) ଅଲ୍‌ଟ୍ରା ୱାଇଡ୍‌ କ୍ୟାମେରା + 5MP (F2.4) ଡିପ୍‌ଥ୍‌ କ୍ୟାମେରା + 5MP (F2.4) ମାକ୍ରୋ କ୍ୟାମେରା ଓ 32MP (F2.2) ଫ୍ରଣ୍ଟ୍‌ କ୍ୟାମେରା।
  • 16.95 cm (6.7-inch) sAMOLED ପ୍ଲସ୍‌-Infinity-O display, 1080 x 2400 ପିକ୍ସେଲ୍‌ସ୍‌ resolution।
  • ଆଣ୍ଡ୍ରଏଡ୍‌ v10.0 ଅପରେଟିଙ୍ଗ୍‌ ସିଷ୍ଟମ୍‌ ସହ 2.2GHz+1.8GHz Qualcomm।SD730G octa କୋର୍‌ ପ୍ରୋସେସର୍‌।
  • 7000mAH lithium-ion ବ୍ୟାଟେରୀ।

Leave A Reply

Your email address will not be published.